Odisha Link
Bridging the Missing Links in Odisha

ବିଜେପି ନେତାଙ୍କ ହିନ୍ଦୀ, ଇଂରାଜୀ ପ୍ରୀତି

ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ତାହା ପୁଣି ଓଡ଼ିଆ ଭାଷାରେ। ଯାହା ସ୍ବାଗତ ଯୋଗ୍ୟ।

ସମସ୍ତେ ସୋସିଆଲ ମିଡିଆରେ ଓଡ଼ିଆ ଭାଷାରେ ଓଡ଼ି୍ଆଙ୍କ ପାଇଁ ଶୁଭେଚ୍ଛା ଜଣାଉଥିବା ବେଳେ ଓଡ଼ିଆ ନେତା କିନ୍ତୁ ହିନ୍ଦୀ ଭାଷାରେ ଶୁଭେଚ୍ଛା ଜଣାଉଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ସୋସିଆଲ ମିଡିଆରେ ହିନ୍ଦୀ ଭାଷାରେ ଲେଖୁଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି ସତ କିନ୍ତୁ ଓଡ଼ିଆ ନେତାଙ୍କ ହିନ୍ଦୀ ଓ ଇଂରାଜୀ ପ୍ରୀତି ଏବେ ବି ଯାଇନାହିଁ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଆଜି ଓଡ଼ିଆ ନବବର୍ଷ। ପ୍ରତି ଓଡ଼ିଆଙ୍କ ପାଇଁ ଆଜି ହେଉଛି ଏକ ବିଶେଷ ଦିନ। ଆମେ ଆମ ଓଡ଼ିଆ ଭାଷାକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ଏବଂ ମନମୋହନ ସାମଲଙ୍କ ପରି ଅନେକ ନେତାଙ୍କ ଟ୍ୱିଟର ଆକାଉଣ୍ଟରେ ଅଜସ୍ର ହିନ୍ଦୀ, ଇଂରାଜୀ ପ୍ରୀତି ଦେଖିବାକୁ ମିଳିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲ୍‌ କରାଯାଉଛି।