Odisha Link
Bridging the Missing Links in Odisha

ବିଶ୍ୱରେ ରେକର୍ଡ ସୃଷ୍ଟି କଲା ଓଡ଼ିଶା, ବାରିପଦା ସବୁଠୁ ଉତ୍ତପ୍ତ ସହର

୪୨.୫ ସହ ଅନୁଗୁଳ ବିଶ୍ବରେ ଷଷ୍ଠ, ଟିଟିଲାଗଡ଼ (୪୨.୨) ୧୧ ସ୍ଥାନରେ ଥିଲା।

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଖରାରରେ ସିଝୁଛି ସାରା ରାଜ୍ୟ। ଆଜି ବି ସାରା ରାଜ୍ୟରେ କଲବଲ କରୁଛି ତାତି। ଅସହ୍ୟ ଗରମ ସହ ରାସ୍ତାଘାଟ ଖାଁ ଖାଁ। ୨ଦିନ ମଧ୍ୟରେ ୩ରୁ ୫ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ୨ଦିନ ପାଇଁ ହିଟ୍ ୱେଭ ଜାରି କରିଛି ପାଣିପାଗ ବିଭାଗ। ଆଜି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ଅନୁଗୁଳ, ଦେବଗଡ ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ତେବେ ତାପମାତ୍ରାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ଗତକାଲି ବାରିପଦା ସହରର ତାପମାତ୍ରା ବିଶ୍ବରେ ସର୍ବାଧିକ ଉତ୍ତପ୍ତ ଥିଲା। ୪୩.୫ ଡିଗ୍ରୀ ସେଲସିୟସ ସହ ଏହି ବିରଳ ରେକର୍ଡ କରିଛି ବାରିପଦା। ବିଶ୍ବସ୍ତରୀୟ ପାଣିପାଗ ସଂସ୍ଥା ଏଲଡେରାଡୋ ପକ୍ଷରୁ ଏନେଇ ତଥ୍ୟ ଦିଆଯାଇଛି। ୪୩.୨ ଡିଗ୍ରୀ ସହ ମହାରାଷ୍ଟ୍ରର ଚନ୍ଦ୍ରପୁର ବିଶ୍ବରେ ଦ୍ବିତୀୟ ଥିଲା। ସେନେଗାଲ ଦେଶର କୋଲଦା ୪୩ ଡିଗ୍ରୀ ସହ ତୃତୀୟ ସ୍ଥାନରେ ଥିଲା। ୪୨.୫ ସହ ଅନୁଗୁଳ ବିଶ୍ବରେ ଷଷ୍ଠ, ଟିଟିଲାଗଡ଼ (୪୨.୨) ୧୧ ସ୍ଥାନରେ ଥିଲା। ତେବେ ବୃଦ୍ଧି ପାଉଥିବା ତାପମାତ୍ରାକୁ ନଜରରେ ରଖି ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

Leave A Reply

Your email address will not be published.