Odisha Link
Bridging the Missing Links in Odisha

ଦୁର୍ନୀତି ଅଭିଯୋଗର ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ: ଦେବୀ ମିଶ୍ର

ଯଦି କିଛି ପ୍ରମାଣ ଅଛି ତାହାହେଲେ ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ଆଜି ଓଡ଼ିଶାରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନିଜର ପ୍ରତିକ୍ରିୟା ରଖିଥିଲେ। ଓଡ଼ିଶାରେ ଆବାସ ବଣ୍ଟନକୁ ନେଇ ଆପତ୍ତି ଉଠାଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ କହିଥିଲେ ଯେ, ଓଡ଼ିଶାରେ ଯୋଗ୍ୟ ଲୋକ ଆବାସ ଯୋଜନାରେ ଘର ପାଉ ନାହାନ୍ତି। ତେବେ ଏନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏପରି କହୁଛନ୍ତି। ଦୁର୍ନୀତି ଅଭିଯୋଗର ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ। ଅଭିଯୋଗ ଆଳରେ ଅଭିଯୋଗ କରନ୍ତୁ ନାହିଁ। ଯଦି କିଛି ପ୍ରମାଣ ଅଛି ତାହାହେଲେ ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର।

ଓଡ଼ିଶାରେ ଆବାସ ବଣ୍ଟନକୁ ନେଇ ଆପତ୍ତି ଉଠାଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ କହିଥିଲେ ଯେ, ଓଡ଼ିଶାରେ ଯୋଗ୍ୟ ଲୋକ ଆବାସ ଯୋଜନାରେ ଘର ପାଉ ନାହାନ୍ତି। ସବୁ ନିୟମରୁ ଉର୍ଦ୍ଧ୍ବକୁ ଯାଇ ଓଡିଶାକୁ ୩୮ ଲକ୍ଷ ଘର ଦିଆଯାଇଛି। ଉପା ସରକାର ସମୟରେ ୨୬ ହଜାର କୋଟି ମିଳୁଥିଲା, ମୋଦି ସରକାରରେ ଏହା ୧ ଲକ୍ଷ କୋଟିକୁ ବୃଦ୍ଧି କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ କହିଥିଲେ। ଓଡ଼ିଶାରେ ଆବାସ ବଣ୍ଟନର ଯାଞ୍ଚ ହେବ ବୋଲି କହିଥିଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ।

Leave A Reply

Your email address will not be published.