Odisha Link
Bridging the Missing Links in Odisha

ଅଡୁଆରେ ଶ୍ରମମନ୍ତ୍ରୀ, ନିର୍ଯାତନା ଅଭିଯୋଗ ଆଣିଲେ ଜଣେ ମହିଳା

ବିଜେଡି ଦଳ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମୋର ଭରସା ରହିଛି ବେଲି ସେ କହିଛନ୍ତି।

ଓଏଲ୍‌ ବ୍ୟୁରୋ: ବିବାଦରେ ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ପୋଲସରା ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଛି। ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଘଟଣା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ମାହୋଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଅଭିଯୋଗ ପରେ ମନ୍ତ୍ରୀ ସାହୁଙ୍କ ପାଇଁ ଅଡୁଆ ବଢିଛି।

ଅଭିଯୋଗ ଆଣିଥିବା ମହିଳା ଜଣକ କହିଛନ୍ତି ପୁଲିସ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି। ବିଜେଡି ଦଳ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମୋର ଭରସା ରହିଛି ବେଲି ସେ କହିଛନ୍ତି। ଏପରିକି ତାଙ୍କୁ ଖୁବଶୀଘ୍ର ନ୍ୟାୟ ମିଳିବ ବୋଲି କହିଥିବା ବେଳେ ଅଭିଯୋଗ ସମ୍ପର୍କରେ ମହିଳା ଜଣକ କିଛି ଉତ୍ତର ରଖିନଥିବା ଜଣା ପଡିଛି।

Leave A Reply

Your email address will not be published.