Odisha Link
Bridging the Missing Links in Odisha

ଝାରସୁଗୁଡ଼ା ଉପନିର୍ବାଚନରେ ସାଧାରଣ ଜନତା ଆମ ଷ୍ଟାର ପ୍ରଚାରକ: ମନମୋହନ ସାମଲ

ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଉପ-ନିର୍ବାଚନ ପାଇଁ ପ୍ରଥମେ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଥିଲା। ପରେ ତରୁଣ ପାଣ୍ଡେ କଂଗ୍ରେସରୁ ଝାରସୁଗୁଡା ଉପ-ନିର୍ବାଚନରେ ଲଢ଼ିବେ ବୋଲି ଘୋଷଣା ହୋଇଥିଲା। ଶେଷରେ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।

ଝାରସୁଗୁଡ଼ା ଉପନିର୍ବାଚନକୁ ନଜରରେ ରଖି ଶାସକଦଳ ଏବଂ ବିରୋଧୀଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଉପନିର୍ବାଚନକୁ ନଜରରେ ରଖି ମନମୋହନ ସାମଲ କହିଛନ୍ତି ଯେ, ସାଧାରଣ ଜନତା ଆମ ଷ୍ଟାର ପ୍ରଚାରକ। ସାଧାରଣ ଲୋକ ଏହି ନିର୍ବାଚନ ଲଢ଼ିବେ। ବିଜେପି ସାଧାରଣ ଲୋକଙ୍କ ନେତୃତ୍ୱରେ ଏହି ନିର୍ବାଚନ ଲଢେଇ କରିବ। ଲୋକ ନିର୍ବାଚନ ଲଢ଼ିବେ ଆମେ ବିଜୟୀ ହେବୁ। ସାଧାରଣ ଲୋକଙ୍କ ପରାଜୟ ହେବ ନା ବିଜେଡିର କଳା ବିଜୟ ହେବ ତାହା ଜଣାପଡିଯିବ ବୋଲି କହିଛନ୍ତି ମନମୋହନ ସାମଲ।

ଖବର ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି। ତେବେ ଏହି ପଦବୀ ପୂରଣ ପାଇଁ ଝାରସୁଗୁଡାରେ ଉପ-ନିର୍ବାଚନ ହେବ। ଉପ-ନିର୍ବାଚନକୁ ନେଇ ଝାରସୁଗୁଡାରେ କେଉଁ ଦଳ ଉପ-ନିର୍ବାଚନରେ ବାଜିମାତ କରିବ ଦେଖିବାକୁ ବାକି ରହିଲା। ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବାକୁ ଥିବା ବେଳେ ମେ’୧୩ରେ ଫଳାଫଳ ପ୍ରକାଶ ପାଇବ। ତେବେ ଉପନିର୍ବାଚନ ପାଇଁ ମଇଦାନରେ ଯୁବ ନେତାଙ୍କୁ ଦେଖିବାକୁ ମିଳିବ।

Leave A Reply

Your email address will not be published.