ପିଲାଙ୍କୁ ମୋବାଇଲ ନିଶାରୁ ମିଳିବ ମୁକ୍ତି, ଜାରି ହେବ ଗାଇଡ୍ଲାଇନ୍
ଆସନ୍ତା ୨୧ରେ ଅଭିଭାବକ-ଶିକ୍ଷକ ମିଟିଂରେ ଗାଇଡ୍ଲାଇନ୍ ଦିଆଯିବ।

ଓଏଲ୍ ବ୍ୟୁରୋ: ଆଜିକାଲି ସାଧାରଣତଃ ସମସ୍ତଙ୍କୁ ମୋବାଇଲ ନିଶା ଘାରିଛି। ସେଥିରୁ ଛୋଟ ଛୋଟ ପିଲାବି ବଡ଼ ପଡୁନାହାନ୍ତି। ଖାତାଵହି ଧରି ପାଠ ପଢିବା ସମୟରେ, ଖେଳକୁଦ କରିବା ବୟସରେ ଏବେ ସବୁ ପିଲାଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟ ଫୋନ ଯାହା ନିଶା ପାଲଟିଗଲାଣି। ସତେ ଯେମିତି ମୋବାଇଲ ବିନା ସବୁ କିଛି ଅସମ୍ଭବ ପରି ଲାଗୁଚି।
ପିଲାମାନେ ମୋବାଇଲ ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ତାଙ୍କ ଉପରେ କୁପ୍ରବାହ ପଡୁଛି। ତେବେ ଏହି କୁପ୍ରବାହରୁ ରକ୍ଷା ପାଇଁ ଆସିବ ଗାଇଡ୍ଲାଇନ୍। ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଏନେଇ ପ୍ରସ୍ତୁତ କରିଛି ଗାଇଡ୍ଲାଇନ୍। ଆସନ୍ତା ୨୧ରେ ଅଭିଭାବକ-ଶିକ୍ଷକ ମିଟିଂରେ ଗାଇଡ୍ଲାଇନ୍ ଦିଆଯିବ। ଗାଇଡ୍ଲାଇନ୍ ଦିଆଯିବା ସହ ସଚେତନ କରାଯିବ ବୋଲି ଓସେପା ପକ୍ଷରୁ ସୂଚନା ମିଳିଛି।