Odisha Link
Bridging the Missing Links in Odisha

ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ପୂର୍ବରୁ ଆଲକହଲ ସେବନ କରିଥିବା ସ୍ପଷ୍ଟ: ଏସ୍‌ପି

ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା

ଓଏଲ୍‌ ବ୍ୟୁରୋ: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼। ଚିନ୍ମୟୀ ସାହୁଙ୍କ ଭିସେରା ରିପୋର୍ଟରେ ଇଥାଇଲ ଆଲକହଲ ସେବନ କରିଥିବା ସୂଚନା ରହିଛି। ରିପୋର୍ଟ ଅନୁସାରେ ମୃତ୍ୟୁ ପୂର୍ବରୁ ସେ ଆଲକହଲ ସେବନ କରିଥିବା ସ୍ପଷ୍ଟ ହୋଇଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି।

ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧରଙ୍କ କହିବା ମୁତାବିକ, ସିସିଟିଭି ଫୁଟେଜ୍‌ରେ ପିଇବା ବେଳର ଫୁଟେଜ୍‌କୁ ଏହା ଲିଙ୍କ୍‌ କରୁଛି। ଦୁଇ ଜଣ ବସିକି ହୋଟେଲରେ ପିଇବା ବେଳର ଫୁଟେଜ ସିଜ୍‌ କରିଛୁ। ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। ଏହା ଆତ୍ମହତ୍ୟା, ନା କେହି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ, ତଦନ୍ତ ଚାଲିଛି ବୋଲି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି।