Odisha Link
Bridging the Missing Links in Odisha

କାଶ୍ମୀରରେ ଆତଙ୍କୀ ହମଲା; ପୁଣି ୩ ଯବାନ ସହିଦ

ରଜୌରୀ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ।

ଓଏଲ୍‌ ବ୍ୟୁରୋ: କାଶ୍ମୀରରେ ଘଟିଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି। ସେନା ଯବାନଙ୍କ ଉପରେ ଆତଙ୍କୀ ହମଲା କରିଛନ୍ତି। ଆତଙ୍କୀଙ୍କ ଆତଙ୍କରାଜର ଶିକାର ହୋଇ ୨ ଯବାନ ସହିଦ ହେବା ସହ ୪ ଗୁରୁତର ହୋଇଛନ୍ତି। ତେବେ ଏହି ଗୁରୁତରଙ୍କ ମଧ୍ୟରୁ ପୁଣି ୩ଜବାନ ସହିଦ ହୋଇଛନ୍ତି। ରଜୌରୀ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଲେ ଆତଙ୍କବାଦୀ। ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ଆତଙ୍କବାଦୀ ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇଲା ଭାରତୀୟ ସେନା ବାହିନୀ। ସର୍ଚ୍ଚ ଅପେରସନ ଜାରି କରାଯାଇଛି।

Leave A Reply

Your email address will not be published.