Odisha Link
Bridging the Missing Links in Odisha

ପୁଲିସ ଅଧିକାରୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ସାଇପ୍ରିୟା ନଗର ୧୧ନଂ ଲେନରେ ଥିବା କ୍ବାର୍ଟରରୁ ଚୋରି ହୋଇଛି।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଉପାୟ ଅବଲମ୍ବନ କରି ଲୁଟ କରିବାରେ ଲାଗିଛନ୍ତି ଲୁଟେରା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ଯାଏଁ ଏହି ଲୁଟର ଶିକାର ହଉଥିବ ଖବର ସାମ୍ନାକୁ ଆସୁଛି। ତେବେ ଜଣେ ପୁଲିସ ଏଏସଆଇ ଅଧିକାରୀ ଏହି ଲୁଟର ଶିକାର ହୋଇଥିବା ଜଣା ପଡିଛି। ପୁଲିସ ଏଏସଆଇଙ୍କ ଘରେ କଳାକନା ବୁଲାଇଲେ ଲୁଟେରା। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଏଏସଆଇଙ୍କ ଘରୁ ଚୋରି ହୋଇଛି। ସାଇପ୍ରିୟା ନଗର ୧୧ନଂ ଲେନରେ ଥିବା କ୍ବାର୍ଟରରୁ ଚୋରି ହୋଇଛି। ୧୭ ଭରି ସୁନା, ୫୦୦ ଗ୍ରାମ ରୁପା ଓ ୫୦ ହଜାର ଚୋରି ହୋଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.