Odisha Link
Bridging the Missing Links in Odisha

ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପାଓ୍ବାର

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନିସିପି)ରେ ଲାଗି ରହିଥିବା ହଟଚମଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ୩ ଦିନ ତଳେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିଲେ ଶରଦ ପାଓ୍ବାର। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଏବେ ଚର୍ଚ୍ଚାରେ ଲାଗିଲା ବିରାମ। କାରଣ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ନେଇ ଘୋଷଣା କରିଥିବା ଶରଦ ପାୱାର ଆଜି ତାଙ୍କର ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି।

ଆଜି ଶରଦ ପାଓ୍ବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ୬୬ବର୍ଷର ରାଜନୈତିକ ଜୀବନରୁ ଅବସର ନେଇ ଆରାମ କରିବାକୁ ଚାହୁଁଥିଲି। ହେଲେ ମୋ ନିଷ୍ପତ୍ତି ପରେ ଦଳର କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ଅସନ୍ତୋଷକୁ ନଜରରେ ରଖି ମୁଁ ମୋର ଇସ୍ତଫା ପତ୍ର ପ୍ରତ୍ୟାହାର କରୁଛି। ଏହାସହ ସେ କହିଛନ୍ତି କି, ଇସ୍ତଫା ନେଇ ଘୋଷଣା କରିବା ପରେ ମୋର ପରାମର୍ଶ ଦାତା ଏହା ଉପରେ ପୁନଃ ବିଚାର କରିବାକୁ ଅନୁରୋଧ କରିଥିଲେ। ଏହାସହ ମହାରାଷ୍ଟ୍ରର ସମସ୍ତ ଏନସିପି ନେତା ତାଙ୍କୁ ଇସ୍ତଫା ପତ୍ର ପତ୍ୟାହାର କରିବାକୁ ଅନୁରୋଧ କରିଥିବାରୁ ସେ ତାଙ୍କ ମତକୁ ସମ୍ମାନ ଦେଇ ପୁଣି ଦଳର ଅଧ୍ୟକ୍ଷ ପଦରେ ରହିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଏନିସିପିର ନୂଆ ଅଧ୍ୟକ୍ଷ ଚୟନ ଲାଗି ୧୬ ଜଣିଆ ସଂସଦୀୟ କୋର୍‌ କମିଟି ବୈଠକ ଆଜି ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରଫୁଲ ପଟେଲ୍‌ ଶରଦ ପାଓ୍ବାରଙ୍କ ଇସ୍ତଫାକୁ ଖାରଜ କରିବା ଲାଗି ଏକ ପ୍ରସ୍ତାବ ଦେଇଥିଲେ। କମିଟିର ଅନ୍ୟ ସଦସ୍ୟମାନେ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ବୈଠକ ପରେ ଏନେଇ ପ୍ରଫୁଲ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସୂଚନାଥାଉକି, ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ପଦରୁ ଶରଦ ପାଓ୍ବାର ଇସ୍ତଫା ଦେବା ପରଠାରୁ ଦଳୀୟ କାର୍ଯ୍ୟକର୍ତ୍ତା ଲଗାତର ଭାବେ ଏହାକୁ ବିରୋଧ ଜାରି ରଖିଥିଲେ।

Leave A Reply

Your email address will not be published.