Odisha Link
Bridging the Missing Links in Odisha

ରିଲିଜ ହେଲା ‘ଦି କେରଳ ଷ୍ଟୋରୀ’, ମୋଦିଙ୍କ ଭାଷଣରେ ଫିଲ୍ମର ଚର୍ଚ୍ଚା

ମୁଁ ଜୟ ବଜରଙ୍ଗ ବାଲି କହିଲେ ବି କଂଗ୍ରେସ ବିରୋଧ କରୁଛି ବୋଲି ମୋଦୀ କହିଛନ୍ତି।

ଓଏଲ୍‌ ବ୍ୟୁରୋ: ଆଜି ସିନେମା ହଲରେ ରିଲିଜ ହୋଇଛି ସୁଦୀପ୍ତ ସେନଙ୍କ ନିର୍ଦେଶିତ ‘ଦି କେରଳ ଷ୍ଟୋରି’। ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳ ଷ୍ଟୋରି’ର ଟିଜର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ନର୍ସରୁ ଆଇଏସଏସ ଆତଙ୍କବାଦୀ ପାଲଟି ଯାଇଥିବା ଯୁବତୀଙ୍କ ବାସ୍ତବ କାହାଣୀ ଉପରେ ଏହା ପର୍ଯ୍ୟବେସିତ। ଏହି ବିବାଦୀୟ ଚଳଚ୍ଚିତ୍ରକୁ ନେଇ ନିଜର ଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ସମୟରେ ସେ ଫିଲ୍ମ ‘ଦି କେରଳ ଷ୍ଟୋରୀ’ର ମଧ୍ୟ ଉଲ୍ଲେଖ କରିଥିଲେ।

ସେ କହିଛନ୍ତି ଯେ ଫିଲ୍ମ କେରଳ ଷ୍ଟୋରୀ ଆଜିକାଲି ଚର୍ଚ୍ଚାରେ ରହିଛି। ପରିଶ୍ରମୀ, ପ୍ରତିଭାବାନ ଏବଂ ବୁଦ୍ଧିଜୀବୀଙ୍କ ସୁନ୍ଦର ଭୂମି ପାଇଁ ଜଣାଶୁଣା ରାଜ୍ୟ କେରଳରେ କିପରି ଆତଙ୍କବାଦ ଷଡ଼ଯନ୍ତ୍ରକୁ ପ୍ରୋତ୍ସାହିତ କରାଯାଉଛି ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ତେବେ କଂଗ୍ରେସ ଇସ୍ତାହାରରେ ଅନେକ ମିଥ୍ୟା ପ୍ରତିଶ୍ରୁତି ରହିଛି। କଂଗ୍ରେସର ଇସ୍ତାହାରର ଅର୍ଥ ହେଉଛି ତାଲାବନ୍ଦୀ ଏବଂ ତୁଷ୍ଟୀକରଣର ଏକ ବଣ୍ଡଲ। ଏବେ କଂଗ୍ରେସର ଅବସ୍ଥା ଏତେ ଖରାପ ଯେ ସେମାନଙ୍କ ପାଦ ଥରିବାରେ ଲାଗିଛି ଏବଂ ସେଥିପାଇଁ ମୁଁ ଜୟ ବଜରଙ୍ଗ ବାଲି କହିଲେ ବି କଂଗ୍ରେସ ବିରୋଧ କରୁଛି ବୋଲି ମୋଦୀ କହିଛନ୍ତି।

ଖବର ଅନୁସାରେ, ‘ଦି କେରଳ ଷ୍ଟୋରୀ’ ଚଳଚ୍ଚିତ୍ରରେ କିଭଳି ହିନ୍ଦୁ ମାନଙ୍କ ଧର୍ମ ପରିବର୍ତ୍ତନ କରାଗଲା, ହିନ୍ଦୁ ଏବଂ ଖ୍ରୀଷ୍ଟୀୟାନ ଯୁବତୀଙ୍କୁ କିଭଳି ଲଭ୍ ଜିହାଦ ଟ୍ରାପରେ ପକାଇ ମୁସଲିମ କରାଗଲା ସେ ପୂରା କାହାଣୀ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। କେରଳରେ ଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୩୨ ହଜାର ହିନ୍ଦୁ ଝିଅ ନିଖୋଜ ହୋଇଯାଇଛନ୍ତି। କେରଳର ୩୨,୦୦୦ ମହିଳାଙ୍କ ହୃଦୟ ବିଦାରକ କାହାଣୀ ପ୍ରଦର୍ଶିତ କରାଯାଇଛି। ଏଥିରେ ସେହି ମହିଳାମାନଙ୍କୁ କିପରି ଜୋର ଜବରଦସ୍ତ ଆଇଏସ୍ (ଇସଲାମିକ୍ ଇରାକ ଏବଂ ସିରିଆ) ଆତଙ୍କବାଦୀ ଗୋଷ୍ଠୀରେ ସାମିଲ କରାଯାଉଛି ତାହା ପ୍ରଦର୍ଶିତ ହୋଇଛି। ଯାହାକୁ ନେଇ ବିବାଦ ଜୋର ଧରିଛି।

Leave A Reply

Your email address will not be published.