ଆସାମରେ ଅଘଟଣ: ଟ୍ରକ ଧକ୍କାରେ ଚାଲିଗଲା ୭ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ
ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରେ ୧୦ଜଣ ଛାତ୍ର ଥିବା ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ: ଆସାମର ଗୌହାଟିରେ ଘଟିଥିବା ଏକ ଅଭାବନୀୟ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏକ ଏସୟୁଭି କାର ସହ ଟ୍ରକର ଧକ୍କା ହୋଇଥିବା ଜଣା ପଡିଛି। ଆସାମର ଗୌହାଟିରେ ଘଟିଥିବା ଏହି ବଡ ଧରଣର ଦୁର୍ଘଟଣାରେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି।
ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରରେ ୧୦ଜଣ ଛାତ୍ର ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ମୃତାହତଙ୍କୁ ଉଦ୍ଧାର କରାଯାଇଛି। ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାରରେ ଦୁଃଖର ଛାୟା ଖେଳିଯାଇଛି।