Odisha Link
Bridging the Missing Links in Odisha

ଦୁର୍ଘଟଣାର ସମ୍ମୁଖୀନ ହେଲା ଆଇଏଏଫର ଟ୍ରେନିଂ ବିମାନ, ପାଇଲଟ ସୁରକ୍ଷିତ

କ୍ରାସ୍ ହୋଇଥିବା ବିମାନର ଦୁଇ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି।

ଓଏଲ୍‌ ବ୍ୟୁରୋ: ଦୁର୍ଘଟଣାର ସମ୍ମୁଖୀନ ହେଲା ଆଇଏଏଫ ଟ୍ରେନିଂ ଏୟାରକ୍ରାଫ୍ଟ। କର୍ଣ୍ଣାଟକ କାମରାଜନଗରରେ ଆଇଏଏଫ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। କ୍ରାସ୍ ହୋଇଥିବା ବିମାନର ଦୁଇ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି।

ପୂର୍ବରୁ ବିମାନ ଧ୍ରୁବ ତିନିଟି ସ୍ଥାନରେ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। ତିନିଟି ସ୍ଥାନରେ ବିମାନ ଦୁର୍ଘଟଣା ହେବା ପରେ ଧ୍ରୁବ ଉପରେ ରୋକ ଲଗାଯାଇଥିଲା। ପୁଣି ଆକାଶରେ ଉଡିବ ଧ୍ରୁବ ବିମାନ। ସ୍ୱଦେଶୀ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ଧ୍ରୁବ ପୁଣିଥରେ ନିଜର ଉଡାଣ ଭରିବ। ବିଶେଷ ମିଶନରେ ଜରୁରୀକାଳୀନ ସ୍ଥିତିରେ ଏହି ହେଲିକପ୍ଟରର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ସହ ନୌସେନା ଓ ବାୟୁସେନା ଦ୍ୱାରା ଧ୍ରୁବ ହେଲିକପ୍ଟର୍ ପରିଚାଳିତ ହୋଇଥାଏ। ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ୍ ହେଉଛି ଏକ ବହୁବିଧ କାର୍ଯ୍ୟ ସଂପନ୍ନ କରୁଥିବା ହେଲିକପ୍ଟର। ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ନିର୍ମିତ ହୋଇଛି। ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ।

Leave A Reply

Your email address will not be published.