Odisha Link
Bridging the Missing Links in Odisha

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ, ନିୟୋଜିତ ହେଲା ଏୟାରକ୍ରାଫ୍ଟ

ରାଡାର ସାହାଯ୍ୟରେ ଖୋଜିବାକୁ ଏୟାରକ୍ରାଫ୍ଟର ଉଦ୍ୟମ।

ଓଏଲ୍‌ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ। ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଛାତ୍ରୀ। ସମୁଦ୍ରରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣା ପଡିଛି। ଗଞ୍ଜାମ ଛତ୍ରପୁର ଆର୍ଯ୍ୟପଲ୍ଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ। ଉଦ୍ଧାର କାମରେ ଏୟାରକ୍ରାଫ୍ଟ ନିୟୋଜିତ କରାଯାଇଛି। ରାଡାର ସାହାଯ୍ୟରେ ଖୋଜିବାକୁ ଏୟାରକ୍ରାଫ୍ଟର ଉଦ୍ୟମ।

ନିଖୋଜ ଛାତ୍ରୀ ଜଣଙ୍କ ହେଲେ ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ। ଯାତ୍ରା ଦେଖିବା ପାଇଁ ମାମୁଁଘରକୁ ଯାଇଥିବା ବେଳେ ଆଜି ସକାଳୁ ୫ ଜଣ ସାଙ୍ଗ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସମୁଦ୍ରରେ ୫ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଥିଲେ। ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଛାତ୍ରୀ ଭାସିଯାଇଥିଲେ। ୨ ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ।

Leave A Reply

Your email address will not be published.