Odisha Link
Bridging the Missing Links in Odisha

ଅସହ୍ୟ ତାତି, ୪୦ ଡିଗ୍ରୀ ଟପିଲା ରାଜ୍ୟର କିଛି ଜିଲ୍ଲାର ତାପମାତ୍ରା

ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଓଡ଼ିଶାବାସୀ।

ଓଏଲ୍‌ ବ୍ୟୁରୋ: ତତଲା କଡେଇରେ ଜଳୁଛି ସାରା ରାଜ୍ୟ। ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଓଡ଼ିଶାବାସୀ। ଆଜି ଦିନ ସାଢ଼େ ୧୧ଟାରେ ୪୧ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା। ଝାରସୁଗୁଡ଼ା ୪୦.୬, ଭୁବନେଶ୍ବର ଓ ହୀରାକୁଦ ୩୯.୬, ଚାନ୍ଦବାଲି ୩୮.୬, ବାଲେଶ୍ବର ୩୭.୮, କେନ୍ଦୁଝର ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଗୋଟେ ପଟେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବାବେଳେ ବଢ଼ିବାରେ ଲାଗିଥିଲା ତାପମାତ୍ରା। ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆଶଙ୍କା କରାଯାଉଥିଲା। ଗତକାଲି ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଂଜ, କୋରାପୁଟ, ରାୟଗଡ଼ାକୁ ୱାର୍ଣ୍ଣିଂ ଜାରି କରାଯାଇଥିଲା।

Leave A Reply

Your email address will not be published.