Odisha Link
Bridging the Missing Links in Odisha

ସ୍ପେଶାଲ ଓଜେଇଇ: ଜୁନ୍‌ ୨୬ରୁ ପରୀକ୍ଷା, କାଲିଠୁ ଆରମ୍ଭ ହେବ ପଞ୍ଜୀକରଣ ପ୍ରକ୍ରିୟା

ଯେଉଁମାନେ ଜେଇଇ ପରୀକ୍ଷା ଦେଇପାରିନଥିଲେ ସେମାନେ ଏହି ପରୀକ୍ଷା ଦେଇପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୬ ତାରିଖରୁ ଅନୁଷ୍ଠିତ ହେବ ସ୍ପେଶାଲ ଓଜେଇଇ। ଜୁନ୍‌ ୨୬ରୁ ଜୁନ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବ ସ୍ପେଶାଲ ଓଜେଇଇ। ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ୮ ତାରିଖ ଯାଏଁ ଚାଲିବ ଏହି ପ୍ରକ୍ରିୟା। ଯେଉଁମାନେ ଜେଇଇ ପରୀକ୍ଷା ଦେଇପାରିନଥିଲେ ସେମାନେ ଏହି ପରୀକ୍ଷା ଦେଇପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ, ପ୍ରକାଶ ପାଇଛି ଓଜେଇଇ ରେଜଲ୍ଟ। ୪୮୭୮୩ ଜଣ ପାଇଲେ ରାଙ୍କ, ପରୀକ୍ଷା ଦେଇଥିଲେ ୪୮୮୧୫ ଜଣ ଛାତ୍ରଛାତ୍ରୀ। ବୈଷୟିକ ଶିକ୍ଷାମନ୍ତ୍ରୀ ପୁସ୍ତକ କଲେ ଉନ୍ମୋଚିତ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପ୍ରବେଶିକା ପରୀକ୍ଷା ପରେ ଆଜି ଫଳାଫଳ ପ୍ରକାଶ ପାଇଛି।