Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ, ଜାଣନ୍ତୁ କେଉଁ ୱେବସାଇଟରେ ଏହା ଉପଲବ୍ଧ

ଚଳିତ ବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ଦିନ ୧୧ଟାରେ ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ। ତେବେ ଓଜେଇଇ ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ। ଚଳିତ ବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ଫଳ ଜାଣିବା ପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଓଜେଇଇ ୱେବସାଇଟରେ ଯାଇ ଚେକ କରିପାରିବେ।

ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଓଜେଇଇର ୱେବସାଇଟ www.ojee.nic.in ରେ ଯାଇ ନିଜର ଏଣ୍ଟ୍ରାନ୍ସ ପରୀକ୍ଷା ଫଳ ଜାଣିପାରିବେ।

Leave A Reply

Your email address will not be published.