Odisha Link
Bridging the Missing Links in Odisha

ଗ୍ରେଡ ପେ ବୃଦ୍ଧି ଦାବିରେ ଅମଲା ସଂଘର ରାଜ୍ୟବ୍ୟାପି ମହା ଆନ୍ଦୋଳନ

ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲା ଓକିଲ ସଂଘ।

ଓଏଲ୍‌ ବ୍ୟୁରୋ: ଗ୍ରେଡ ପେ ବୃଦ୍ଧି ଦାବିରେ ଗତ ୧ ଠାରୁ ଅମଲା ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ତେବେ ଏହି ରାଜ୍ୟ ବ୍ୟାପି ମହା ଆନ୍ଦୋଳନ ଜାରି ରହିଥିବାବେଳେ ମାଲକାନଗିରିରେ ଅମଲା ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲା ଓକିଲ ସଂଘ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲା ସଂଘର ଶତାଧିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ମାଲକାନଗିରି ଓକିଲ ସଂଘର ସଭାପତି, ସମ୍ପାଦକଙ୍କ ସହ ବହୁ ବରିଷ୍ଠ ଓକିଲ ଏହି ଆନ୍ଦୋଳନରେ ଯୋଗ ଦେଇ ଅମଲାଙ୍କୁ ନୈତିକ ସମର୍ଥନ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପୂରଣ ଲାଗି ଅପିଲ କରିଛନ୍ତି।

ଜୁନ ୨ରେ ଏହି ପ୍ରସଙ୍ଗକୁ ନେଇ ମୁଖ୍ୟ ସଚିବଙ୍କ ସହ ଅମଲା ସଂଘର ପ୍ରତିନିଧି ଆଲୋଚନା କରିଥିଲେ। ବୈଠକ ପରେ ଅମଲା ସଂଘର ସହସମ୍ପାଦକ ନରେଶ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଥିଲେ। ଅମଲା ସଂଘର ସହସମ୍ପାଦକ କହିଥିଲେ, ଆମକୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିଲା ନାହିଁ। ଆନ୍ଦୋଳନରୁ ଓହରିଯିବାକୁ ମୁଖ୍ୟ ସଚିବ ଅନୁରୋଧ କରିଥିଲେ ବୋଲି କହିଥିଲେ ନରେଶ ମହାପାତ୍ର। ଆମର ଦାବି କେବେ ପୂରଣ ହେବ, ନିର୍ଦ୍ଦିଷ୍ଟ ଭାବେ କିଛି କହିଲେନି। ଆଜି ଆମେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବୁ। ତାପରେ ଆନ୍ଦୋଳନ ଗତିବିଧି କଣ ହେବ ସେନେଇ ନିଷ୍ପତ୍ତି ନେବୁ ବୋଲି ଅମଲା ସଂଘର ସହସମ୍ପାଦକ କହିଥିଲେ।

Leave A Reply

Your email address will not be published.