Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସୁନ୍ଦରଗଡ ଅତିରିକ୍ତ ନିର୍ବାହୀଯନ୍ତ୍ରୀ

ଏହି ରେଡରେ ୪ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ସାମିଲ ଅଛନ୍ତି।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ହେଲେ ସୁନ୍ଦରଗଡ ଅତିରିକ୍ତ ନିର୍ବାହୀଯନ୍ତ୍ରୀ ସଂଜୟ କୁମାର ବେହେରା। ସୁନ୍ଦରଗଡ ଓ ଲେଫ୍ରିପଡା ଅଫିସ ସମେତ ସରକାରୀ ବାସଭବନ, ଭଡାଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର ଏବଂ ଶ୍ୱଶୁର ଘରେ ଚାଲିଛି ଚଢାଉ।

ସୁନ୍ଦରଗଡ ହେମଗିରି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସଂଜୟ କୁମାର ବେହେରାଙ୍କ ଘରେ ଚଢାଉ। ଏକକାଳୀନ ୭ଟି ସ୍ଥାନରେ ଜାରି ରହିଛି ଚଢାଉ। ତେବେ ଏହି ରେଡରେ ୪ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ସାମିଲ ଅଛନ୍ତି। ଏପର୍ଯ୍ୟନ୍ତ କେତେ ସମ୍ପତି ଭିଜିଲାନ୍ସ ଚଢାଉରେ ମିଳିଛି ତାହା ଜଣା ପଡିନାହିଁ।

Leave A Reply

Your email address will not be published.