Odisha Link
Bridging the Missing Links in Odisha

ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି, ୪୪ ଡିଗ୍ରୀ ଟପିଲା ସମ୍ବଲପୁର ସହରର ତାପମାତ୍ରା

୨ ଟା ୩୦ ସୁଦ୍ଧା ସମ୍ବଲପୁର ସହରର ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଉଛି ତାତି। ମୌସୁମୀ ଆସିବା ବିଳମ୍ବ ହେତୁ ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି। ସକାଳୁ କଅଁଳ ସୂର୍ଯ୍ୟକିରଣ ବଦଳରେ ପ୍ରବଳ ଗରମ ସାରା ରାଜ୍ୟବାସିଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ସହରର ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଛି।

ସେହିଭଳି ଝାରସୁଗୁଡ଼ାରେ ୪୩.୪ ଡିଗ୍ରି, ହୀରାକୁଦରେ ୪୩ ଡିଗ୍ରି, ଭୁବନେଶ୍ୱରରେ ୪୧ ଡିଗ୍ରି, ଚାନ୍ଦବାଲିରେ ୩୯.୨ ଡିଗ୍ରି, ବାଲେଶ୍ୱରରେ ୩୭.୪ ଡିଗ୍ରି, କେନ୍ଦୁଝରରେ ୩୭.୨ ଡିଗ୍ରି, ଗୋପାଳପୁରରେ ୩୪.୬ ଡିଗ୍ରି, ପୁରୀ ଓ ପାରାଦୀପରେ ୩୪.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।