Odisha Link
Bridging the Missing Links in Odisha

ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡ଼ା, ରାଗରେ ରେଲଓ୍ବେ ‘ସିଗନାଲ ବକ୍ସ’ ଭାଙ୍ଗିିଦେଲେ ପ୍ରେମିକ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ରେ ଓଡ଼ିଶାର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ବାହାନଗା ବଜାର ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ସିଗ୍‌ନାଲ୍‌ ବିଭ୍ରାଟ ଯୋଗୁଁ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଏବେ ତାମିଲନାଡ଼ୁର ତିରୁପତ୍ତୁରରେ ଜଣେ ୩୦ ବର୍ଷିୟ ଯୁବକ ତାଙ୍କ ପ୍ରେମିକାଙ୍କ ସହିତ ଝଗଡ଼ା କରି ରାଗରେ ଗୋଟାଏ ରେଲ୍‌ୱେ ସିଗ୍‌ନାଲ୍‌ ବକ୍ସ ନଷ୍ଟ କରିଦେଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରେଳ ବିଭାଗର ଅଧିକାରୀ ମାନେ ତାମିଲନାଡ଼ୁର ତିରୁପତ୍ତୁରରେ ରେଳ ଧାରଣା ଯାଞ୍ଚ କରୁଥିବା ବେଳେ ସିଗନାଲ୍‌ ବକ୍ସ ନଷ୍ଟ ହୋଇଥିବା ଦେଖିଥିଲେ। ପରେ ଘଟଣାସ୍ଥଳରେ ରେଲଓ୍ବେ ପୁଲିସ ଫୋର୍ସ ପହଁଞ୍ଚି ତନାଘନା କରିଥିଲେ। ନିକଟରେ ପୁଲିସ ଫୋର୍ସ କର୍ମଚାରୀମାନେ ଗୋକୁଳ ନାମକ ଉକ୍ତ ଯୁବକଙ୍କୁ ନିଶାସକ୍ତ ଅବସ୍ଥାରେ ଦେଖିଥିଲେ।

‘ଆର୍‌ପିଏଫ୍‌’ ଏବଂ ‘ଜିଆର୍‌ପି’ର ବରିଷ୍ଠ ଅଧିକାରୀମାନେ ଗୋକୁଳଙ୍କୁ ପଚରା ଉଚରା କରିବାରୁ ସେ ସିଗ୍‌ନାଲ୍‌ ବକ୍ସ୍‌ ନଷ୍ଟ କରିଥିବା କଥା ପ୍ର‌ଥମେ ଅସ୍ବୀକାର କରିଥିଲେ। ପରେ ଅଧିକା ପଚରାଉଚରା କରିବା ପରେ ପ୍ରେମିକା ସହିତ ଝଗଡ଼ା କରି ରାଗରେ ଏପରି କରିଥିବା କଥା ସେ ପୁଲିସକୁ କହିଥିଲା।

ସୂଚନାଥାଉକି, ଜୁନ୍‌ ୨ ତାରିଖ ସନ୍ଧ୍ୟା ସମୟରେ ସାରା ବିଶ୍ବକୁ ସ୍ତବ୍ଧ କଲାଭଳି ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଘଟିଥିଲା। ଯାହାରିଫଳରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ।

Leave A Reply

Your email address will not be published.