Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ମୃତାହତଙ୍କ ପରିବାରକୁ ୨୨.୬୬ କୋଟି ସହାୟତା ରାଶି ପ୍ରଦାନ

ଟ୍ରାକ ପାଖରେ କାମ ଚାଲୁଥିବାରୁ ଧୀରେ ଯାଉଛି ଟ୍ରେନ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରେ ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଚାଲି ଯାଇଥିଲା। ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି। ୬୬୧ ପରିବାରଙ୍କୁ ଦିଆଯାଇଛି ୨୨.୬୬ କୋଟି ସହାୟତା ରାଶି। ୧୮୦ ମୃତକ,୧୫୦ ଗୁରୁତର ଓ ୩୩୧ ଆହତଙ୍କୁ ମିଳିଛି ସହାୟତା ରାଶି। ୨୨.୬୬ କୋଟି ସହାୟତା ରାଶି ପ୍ରଦାନ କରାଯାଇଛି। ସହାୟତା ପ୍ରଦାନ କରାଯାଇଥିବା ସିପିଆରଓଙ୍କ ସୂଚନା। ବାହାନଗାର ୪ଟି ଲାଇନରେ ଟ୍ରେନ ଚାଲିଲାଣି। ଟ୍ରାକ ପାଖରେ କାମ ଚାଲୁଥିବାରୁ ଧୀରେ ଯାଉଛି ଟ୍ରେନ ବୋଲି କହିଛନ୍ତି ସିପିଆରଓ।

ଅନ୍ୟପଟେ, ବାହାନଗା ରେଳ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏନେଇ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ଭୂତ ପାଇଁ ସ୍କୁଲ ଘର ଭଙ୍ଗାଯାଉନି। ଯେହେତୁ ପିଲା ଏଠାରେ ଖାଉଥିଲେ ସେଥିପାଇଁ ଭଙ୍ଗାଯାଉଛି। ରକ୍ତଛିଟା ପଡ଼ିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଭୂତ ପାଇଁ ସ୍କୁଲ ଘର ଭଙ୍ଗ ଯାଉଥିବା କହିବା ସମ୍ପୂର୍ଣ ମିଥ୍ୟା ବୋଲି ସେ କହିଛନ୍ତି। ଭଙ୍ଗାଯିବା ସମୟରେ ସ୍କୁଲ ପରିଚାଳନା କମିଟି ଉପସ୍ଥିତ ରହିଛି।