Odisha Link
Bridging the Missing Links in Odisha

‘ଭୂତ ପାଇଁ ଭଙ୍ଗାଯାଉନି ବାହାନଗା ସ୍କୁଲ ଘର’

ଭଙ୍ଗାଯିବା ସମୟରେ ସ୍କୁଲ ପରିଚାଳନା କମିଟି ଉପସ୍ଥିତ ରହିଛି।

ଓଏଲ୍‌ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପରେ ମୃତଦେହ ରଖା ଯାଇଥିବା ସ୍କୁଲ ଘର ଭଙ୍ଗାଯାଉଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏନେଇ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ଭୂତ ପାଇଁ ସ୍କୁଲ ଘର ଭଙ୍ଗାଯାଉନି। ଯେହେତୁ ପିଲା ଏଠାରେ ଖାଉଥିଲେ ସେଥିପାଇଁ ଭଙ୍ଗାଯାଉଛି। ରକ୍ତଛିଟା ପଡ଼ିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଭୂତ ପାଇଁ ସ୍କୁଲ ଘର ଭଙ୍ଗ ଯାଉଥିବା କହିବା ସମ୍ପୂର୍ଣ ମିଥ୍ୟା ବୋଲି ସେ କହିଛନ୍ତି। ଭଙ୍ଗାଯିବା ସମୟରେ ସ୍କୁଲ ପରିଚାଳନା କମିଟି ଉପସ୍ଥିତ ରହିଛି।

ଗତକାଲି ସ୍କୁଲ ପରିଦର୍ଶନରେ ଆସିଥିଲେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ। ସ୍କୁଲରେ ପହଁଚି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ପିଲାଙ୍କୁ ଭୟଭୀତ ନକରାଇବାକୁ ଅନୁରୋଧ କରିବା ସହ ଛାତ୍ରଛାତ୍ରୀଙ୍କ ଭିତରେ ଅବାସ୍ତବ କଥା ନପୁରାଇବାକୁ ଅନୁରୋଧ କରିଥିଲେ। ଏହି ସମୟରେ ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗିବାକୁ ସ୍କୁଲ ପରିଚାଳନା କମିଟି ଆଗ୍ରହ ପ୍ରକାଶ କରିଥିଲା। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଉକ୍ତ ଘରେ ରଖାଯାଇଥିଲା।

Leave A Reply

Your email address will not be published.