Odisha Link
Bridging the Missing Links in Odisha

ବିଦ୍ୟୁତ୍ ଆଘାତ ନେଲା ମାଆ-ପୁଅ ଜୀବନ

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତିପୁର ପଞ୍ଚାୟତ ନାହୁଲ ଗାଁରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଦ୍ୟୁତ ଆଘାତରେ ମାଆ ସହ ପୁଅ ଜୀବନ ଚାଲିଯାଇଥିବା ଜଣା ପଡିଛି। ବିଦ୍ୟୁତ ଆଘାତ ପରେ ମାଆ ଓ ପୁଅଙ୍କ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ଅନୁସାରେ, ଘର ନିର୍ମାଣ ପାଇଁ ରଖିଥିବା ଲୁହା ରଡ୍‌ ଉପରେ ତାର ଛିଡ଼ି ପଡ଼ିଥିଲା। ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଜଣା ପଡିଛି। କିପରି ବିଦ୍ୟୁତ ସର୍ଭିସ ତାର ଛିଡ଼ି ପଡ଼ିଥିଲା ତାହା ସ୍ପଷ୍ଟ ହୋଇ ପାରିନି। ମାଆ ଓ ପୁଅଙ୍କୁ ହରାଇ ପରିବାରରେ ଦୁଃଖର ଛାୟା ଖେଳିଯାଇଛି।