ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ ଠାବ ଘଟଣା: ଓଡ଼ିଶାରୁ ଆସାମକୁ ଯାଉଥିଲା ସିମ୍
ରାକେଟରେ ବିଦେଶୀ ଲିଙ୍କ ଥିବା ସନ୍ଦେହ

ଓଏଲ୍ ବ୍ୟୁରୋ: ପୁଣି ଠାବ ହେଲା ଏକ ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟ। ବିପୁଳ ପରିମାଣର ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଥିବା ସୂଚନା। ଠାବ କଲା କଟକ ସାଇବର ଥାନା ପୁଲିସ। ରାକେଟରେ ୮ ଜଣ ଅଭିଯୁକ୍ତ ମଧ୍ୟ ଗିରଫ। ୮ ମାସରେ ୫ ହଜାର ସିମ୍ ଆକ୍ଟିଭ କରିଛନ୍ତି। ଅଭିଯୁକ୍ତ ମଧ୍ୟରେ ଅଛନ୍ତି ଜଣେ ଏଲଏଲବି ଏବଂ ଏମବିଏ ଡିଗ୍ରୀଧାରୀ। ସମସ୍ତ ଅଭିଯୁକ୍ତ ପୁରୀ ଜିଲ୍ଲା ବାସିନ୍ଦା ହୋଇଥିବା ସୂଚନା। ରାକେଟରେ ବିଦେଶୀ ଲିଙ୍କ ଥିବା ସନ୍ଦେହ କରାଯାଉଥିବାବେଳେ ଓଡ଼ିଶାରୁ ନେଇ ଆସାମକୁ ଯାଉଥିବା ସୂଚନା।
ଖବର ଅନୁସାରେ, ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର କରି ୪ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଜଣେ ଅଭିଯୁକ୍ତ ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ର ପ୍ରଦ୍ୟୁମ୍ନ ସାହୁ। ୫୦୦ରୁ ଊର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍ ସିମ୍ ବିକିଥିଲେ ପ୍ରଦ୍ୟୁମ୍ନ। ୧୫୦ରୁ ଅଧିକ ପ୍ରି ଆକ୍ଟିଭେଟେଡ୍ ପେଟିଏମ ୱାଲେଟ ମଧ୍ୟ ବିକିଥିଲେ। ଏସବୁ ସିମ ଏବଂ ୱାଲେଟ ପାକିସ୍ତାନର ସାଇବର ଅପରାଧୀଙ୍କୁ ମିଳିଥିଲା।