Odisha Link
Bridging the Missing Links in Odisha

ରଜ ପରେ ତାତିରୁ ମିଳିବ ତ୍ରାହି! ଆସନ୍ତା ୧୬ରୁ ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା

ଆସନ୍ତା ୧୬ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ହେବ ବର୍ଷା।

ଓଏଲ୍‌ ବ୍ୟୁରୋ: କାଳବୈଶାଖୀ ପରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆଜିଠୁ ୧୪ ତାରିଖ ଯାଏଁ ୧୩ ଜିଲ୍ଲାକୁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜିଠୁ ୧୪ ତାରିଖ ଯାଏଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁରକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ।

ଅନ୍ୟପଟେ, ଆସନ୍ତା ୧୬ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ହେବ ବର୍ଷା। ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସାପ୍ତାହିକ ପୂର୍ବାନୁମାନରେ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଆକଳନ। ତେବେ ରଜ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବାର ଆଶଙ୍କା ରହିଛି। ସେପଟେ ଆସନ୍ତା ୪ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରଭାବ।

ଆଜିଠୁ ୧୪ ତାରିଖ ଯାଏଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼କୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ। ସୋନପୁର, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ମଧ୍ୟ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଯଦି ଏହି ଭଳି ଅସହ୍ୟ ତାତି ଅନୁଭୂତ ହୁଏ, ତେବେ ରଜରେ ମଧ୍ୟ ଗରମ ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.