Odisha Link
Bridging the Missing Links in Odisha

ଆମେରିକାରୁ ଆସି ଭୁବନେଶ୍ବରରେ ହେଲା ୨ ଝିଅଙ୍କ ବ୍ରତଘର

ଝିଅ ଆନିକା ରଥଙ୍କର ଆଜି ବ୍ରତଘର ହୋଇଛି

ଓଏଲ୍ ବ୍ୟୁରୋ: ସାଧାରଣତଃ ପୁଅଙ୍କ ବ୍ରତଘର ହୋଇଥାଏ। ଝିଅଟିଏର ବ୍ରତଘର ହେବା ବୋଧେ ପ୍ରାୟତ ଦେଖିବାକୁ କମ୍ ମିଳିଥାଏ। ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଦେଖିବାକୁ ମିଳିଥିଲା ଏମିତି କିଛି ଘଟଣା। ବାଲେଶ୍ୱରର ଗୁରୁସୋମ ନାମକ ଜଣେ ବ୍ୟକ୍ତି ତାଙ୍କର ଜଣେ ପୁଅ ସହ ୨ଝିଅଙ୍କର ମଧ୍ୟ ବ୍ରତଘର କରାଇଛନ୍ତି। ତାହାପୁଣି ସମସ୍ତ ରୀତିନୀତି ସହ।

ସେ ତାଙ୍କ ପତ୍ନୀ ଜେନିକ୍‌ ରଥ ଓ ପିଲାମାନଙ୍କ ସହ ଆମେରିକାରେ ରହୁଛନ୍ତି। ସେ ଓ ତାଙ୍କ ପତ୍ନୀ ଉଭୟ ଆଇଟି କନସେଲଟାଣ୍ଟ ଭାବେ ସେଠାରେ କାର୍ଯ୍ୟରତ। ୭ବର୍ଷୀୟ ପୁତ୍ର ଗୁରୁଜୋଶ୍‌ ରଥ, ୧୭ବର୍ଷୀୟ କନ୍ୟା ଡାନିଏଲ ରଥ ଓ ୮ବର୍ଷୀୟା ଝିଅ ଆନିକା ରଥଙ୍କର ଆଜି ବ୍ରତଘର ହୋଇଛି। ବ୍ରତଘରର ସମସ୍ତ କର୍ମ ସମାନ ଭାବେ କରାଯାଇଛି।

ଏ ନେଇ ଗୁରୁସୋମ କହିଛନ୍ତି, ବେଦ ହିସାବରେ ମୁଁ ଏହି କର୍ମ କରିଛି। ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ବେଦରେ ଏହା ଅଛି। ପୁରାଣାରେ ନ ଥାଇ ପାରେ। ବେଦ ହିସାବରେ ବ୍ରାହ୍ମଣ ନ ହୋଇଥିବା ଲୋକର ମଧ୍ୟ ବ୍ରତଘର ହୋଇପାରିବ।

ପୌରାଣିକ ଦୃଷ୍ଟିରୁ ଦେଖିଲେ ନାନା ମୁନିଙ୍କର ନାନା ମତ ଭଳି ବହୁତ କିଛି ରୀତିନୀତି ତିଆରି ହୋଇଯାଇଛି। ବ୍ରାହ୍ଣଣମାନେ ଅନେକ ପରମ୍ପରା ସୃଷ୍ଟି କରିଛନ୍ତି। ତେଣୁ ବେଦକୁ ଦୃଷ୍ଟିରେ ରଖି ମୁଁ ମୋ ପୁଅ ସହ ୨ଝିଅଙ୍କର ବ୍ରତଘର କରାଇଛି।

ଶୁଣୁଥିବା ଲୋକଙ୍କ ପ୍ରତିକ୍ରିୟା ନେଇ ସେ କହିଛନ୍ତି, ଯେଉଁମାନେ ଜାଣୁଛନ୍ତି ତାଙ୍କ ମନରେ ଆଗ୍ରହ ଦେଖିବାକୁ ପାଇଥିଲି। ବହୁତ ଜଣ ପଚାରିଛନ୍ତି ମଧ୍ୟ। ସମସ୍ତେ ଶୁଣି ଖୁସି ହେଉଛନ୍ତି।

Leave A Reply

Your email address will not be published.