Odisha Link
Bridging the Missing Links in Odisha

ରାଜ୍ୟରେ ଅସହ୍ୟ ଗୁଳୁଗୁଳି, ୩୮.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

୮୨% ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଉପକୂଳରେ ଅସହ୍ୟ ଗୁଳୁଗୁଳି। ଆଜି ସକାଳ ୮.୩୦ ସୁଦ୍ଧା ୩୮.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ସମ୍ବଲପୁର ୩୬.୪ ଓ ହୀରାକୁଦ ୩୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ପୁରୀ, ଚାନ୍ଦବାଲି ଓ ପାରାଦୀପରେ ସର୍ବାଧିକ ୮୨% ଆର୍ଦ୍ରତା ରେକର୍ଡ ହୋଇଥିବାବେଳେ ୮୨% ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ।

ରାଜ୍ୟରେ ଝାରସୁଗୁଡ଼ା ୩୮.୬, ସମ୍ବଲପୁର ୩୬.୪ ଡିଗ୍ରୀ, ହୀରାକୁଦ ୩୬, କେନ୍ଦୁଝର ୩୪.୮ ଡିଗ୍ରୀ, ଭୁବନେଶ୍ବର ୩୪.୨, ବାଲେଶ୍ବର ୩୪ ଡିଗ୍ରୀ, ଚାନ୍ଦବାଲି ୩୩.୬, ଗୋପାଳପୁର ୩୩.୨ ଡିଗ୍ରୀ, ପୁରୀ ୩୩, ପାରାଦୀପରେ ୩୨.୨ ଡିଗ୍ରୀ ରେକର୍ଡ କରାଯାଇଛି।