Odisha Link
Bridging the Missing Links in Odisha

କଳିଙ୍ଗ ଷ୍ଟାଡିୟମ: ଇଣ୍ଟରନ୍ୟାସନାଲ୍‌ ମ୍ୟାଚ ଚାଲିଥିବା ବେଳେ ପାଓ୍ବାର ଟ୍ରିପ୍

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ପାଓ୍ବାର ଟ୍ରିପ୍‌ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଏସବୁ ମଧ୍ୟରେ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ମଧ୍ୟ ପାଓ୍ବାର ଟ୍ରିପ୍‌ରୁ ବର୍ତ୍ତି ନାହିଁ। କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅନ୍ଧାର ହୋଇଯାଇଥିଲା ଡ୍ରେସିଂ ରୁମ୍। ଖେଳର ହାଫ୍ ଟାଇମରେ ଖେଳାଳି ମାନେ ଡ୍ରେସିଂ ରୁମ୍ ଯାଉଥିବା ବେଳେ ବିଦ୍ୟୁତ ବିଭ୍ରାଟ ଘଟିଥିଲା। ଯାହାଫଳରେ ଡ୍ରେସିଂ ରୁମ୍ ଛାଡ଼ି ଉଭୟ ଦଳର ଖେଳାଳିଙ୍କୁ ପଡ଼ିଆରେ ବିଶ୍ରାମ ନେବାକୁ ପଡ଼ିଥିଲା

କେବଳ ସେତିକି ନୁହେଁ ମ୍ୟାଚ ସମୟରେ ବି ଆଉଥରେ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ହାଫ୍ ଖେଳ ଚାଲିଥିବା ବେଳେ ମଧ୍ୟ ପୁଣିଥରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଥିଲା। ଷ୍ଟାଡିୟମର ଗୋଟିଏ ଫ୍ଲଡ୍ ଲାଇଟ୍ ଟାୱାରରୁ ଲାଇନ କଟିବା ପରେ କିଛି ସମୟ ମଧ୍ୟରେ ପୁଣିଥରେ ବିଦ୍ୟୁତ ସଂଯୋଗ ହୋଇଥିଲା। ସୂଚନାଥାଉକି, ଗତବର୍ଷ ଇଣ୍ଡିଆନ ସୁପର ଲିଗ୍ ବେଳେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ଦେଖାଦେଇଥିଲା।

ତେବେ ଖେଳାଯାଇଥିବା ୨୦୨୩ ଇଣ୍ଟର କଣ୍ଟିନେଣ୍ଟାଲ କପରେ ଭାରତ ଓ ଲେବାନନ ବିପକ୍ଷ ମ୍ୟାଚ୍ ଡ୍ର ହୋଇଯାଇଛି। ଉଭୟ ଦଳ ମଧ୍ୟରେ ଆରମ୍ଭ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ମ୍ୟାଚର ସମ୍ପୂର୍ଣ୍ଣ ସମୟ ମଧ୍ୟରେ କୌଣସି ଦଳ କାହାକୁ ଗୋଲ ଦେବାକୁ ସକ୍ଷମ ହୋଇନଥିଲେ। ଏହି ମ୍ୟାଚର କୌଣସି ଫଳାଫଳ ବାହାରି ନଥିଲେ ମଧ୍ୟ ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଜୁନ୍ ୧୮ରେ ଉଭୟଙ୍କ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍।

Leave A Reply

Your email address will not be published.