ଅଘୋଷିତ ବିଦ୍ୟୁତ କାଟ୍ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍
ଅତୀତରେ ଏମିତି ହେଉ ନଥିଲା, ୨୦୨୩ରେ ଅଧିକ ପାୱାର କଟ୍ ହୋଇଛି।

ଓଏଲ୍ ବ୍ୟୁରୋ: ରାଜ୍ୟରେ କିଛି ଦିନ ହେବ ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ପ୍ରେସମିଟ୍ରେ ଲେଖାଶ୍ରୀ ସାମନ୍ତସିଂହାରଙ୍କ କଡ଼ା ସମାଲୋଚନା। ସେ କହିଛନ୍ତି, ଟାଟା ପାୱାର ସହ କଣ ବୁଝାମଣା ହୋଇଥିଲା ଶ୍ବେତପତ୍ର ଜାରି କରନ୍ତୁ। ଅତୀତରେ ଏମିତି ହେଉ ନଥିଲା, ୨୦୨୩ରେ ଅଧିକ ପାୱାର କଟ୍ ହୋଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ଭିତ୍ତିଭୂମି ପାଇଁ ୧୦ ବର୍ଷରେ ୪୦,୨୨୭ କୋଟି ଖର୍ଚ୍ଚ ହୋଇଛି। ତଥାପି ଯଦି ପ୍ରତିଦିନ ୪୦ ଥର ଲାଇନ୍ କଟିବ ତାହା ହେଲେ ଦାୟୀ କିଏ। ରାଜ୍ୟ ସରକାର ନିଜ ମୁଣ୍ଡରୁ ଖସାଇ ଘରୋଇ କଂପାନୀକୁ କାହିଁକି ଦୋଷ ଦେଉଛନ୍ତି ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।