Odisha Link
Bridging the Missing Links in Odisha

ଆଜିଠୁ ପିଜି ଏକକ ପ୍ରବେଶିକା ପରୀକ୍ଷା, ନାମଲେଖା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ

ଚଳିତ ବର୍ଷର ଏକକ ପିଜି ପ୍ରବେଶିକା ଆଜିଠୁ ଆରମ୍ଭ ହୋଇ ଜୁଲାଇ ୪ତାରିଖ ପର୍ଯ୍ୟନ୍ତ ଚାଲିବ

ଓଏଲ୍‌ ବ୍ୟୁରୋ: ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ଏକକ ପିଜି ନାମଲେଖା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଥିବାବେଳେ ଚଳିତ ବର୍ଷର ଏକକ ପିଜି ପ୍ରବେଶିକା ଆଜିଠୁ ଆରମ୍ଭ ହୋଇ ଜୁଲାଇ ୪ତାରିଖ ପର୍ଯ୍ୟନ୍ତ ଚାଲିବ।

ନାମଲେଖା ପ୍ରକ୍ରିୟା ତ୍ୱରିତ ସାରିବା ଓ ଶିକ୍ଷାବର୍ଷ ଅନୁଯାୟୀ ପିଲାଙ୍କ ନାମଲେଖା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଇଥିବାବେଳେ ଚଳିତ ବର୍ଷର ନାମଲେଖା ପ୍ରକ୍ରିୟା ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି। ପ୍ରବେଶିକାର ୮୦ ପ୍ରତିଶତ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ୍ ଆବଣ୍ଟନ କରାଯିବ। ମାତ୍ର ଚଳିତ ବର୍ଷ କ୍ୟାରିୟର ମାର୍କ ପାଇଁ କେବଳ ସ୍ନାତକକୁ ଗ୍ରହଣ କରାଯିବ।

ପୂର୍ବ ବର୍ଷ ଭଳି ମାଟ୍ରିକରୁ ସ୍ନାତକ ଯାଏଁ ମାର୍କକୁ ବିଚାରକୁ ନିଆଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ ସୂଚନା ଦେଇଛି। ତେବେ ପିଜି ପ୍ରବେଶିକା ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀ ୱେବସାଇଟ୍‌ରୁ ସମସ୍ତ ତଥ୍ୟ ପାଇ ପାରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏନେଇ ସମ୍ପୂର୍ଣ ବିବରଣୀ ଦିଆଯାଇଛି।