Odisha Link
Bridging the Missing Links in Odisha

ଭିଜିଲାନ୍ସ ରେଡ୍: ଉପଜିଲ୍ଲାପାଳଙ୍କ ପଡ଼ୋଶୀଙ୍କ ଛାତରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ରେଡ ସମୟରେ ପଡ଼ୋଶୀଙ୍କ ଘରୁ ପେଟି ପେଟି ଟଙ୍କା ଜବତ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ସରକାରୀ ଅଧିକାରୀ। ସେ ଜଣେ ପ୍ରଶାସନିିକ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ରେଡ୍। ଭଦ୍ରକରେ ନିଜ ବାସ ଭବନ ଓ ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଥିବା ସୂଚନା ମିଳିଛି। ରେଡ ସମୟରେ ପଡ଼ୋଶୀଙ୍କ ଘରୁ ପେଟି ପେଟି ଟଙ୍କା ଜବତ। ୫୦୦ ଟଙ୍କିଆ ନୋଟ ଭର୍ତ୍ତି ପେଟି ଜବତ ହୋଇଛି। ଟଙ୍କା ଗଣା ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା।

ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ। ଏକକାଳୀନ ୯ ସ୍ଥାନରେ ରେଡ୍ ଚାଲିଛି। ନବରଙ୍ଗପୁରର ୨ଟି ସ୍ଥାନ, ଭୁବନେଶ୍ୱର, ଭଦ୍ରକ ସମେତ ୯ଟି ସ୍ଥାନରେ ରେଡ୍। ପୂର୍ବରୁ ସମ୍ବଲପୁର ବିଶ୍ରା ବ୍ଲକରେ ବିଡିଓ ଥିବାବେଳେ ହୋଇଥିଲା ଚଢାଉ।

Leave A Reply

Your email address will not be published.