ଗଡ଼ିଲା ଆଉ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପିଏମ୍ ମୋଦି
୧୮ଟି ବନ୍ଦେ ଭାରତ ଚାଲିଥିବା ବେଳେ ଏହାକୁ ମିଶାଇ ମୋଟ ବନ୍ଦେ ଭାରତ ଏକ୍ସପ୍ରେସର ସଂଖ୍ୟା ୨୩ରେ ପହଁଚିଛି

ଓଏଲ୍ ବ୍ୟୁରୋ: ମଧ୍ୟପ୍ରଦେଶ ରାଣୀ କମଳାପତି ରେଳଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ୫ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଦୁଇଟି ମଧ୍ୟପ୍ରଦେଶରେ ଚାଲିବାକୁ ଥିବାବେଳେ ଗୋଟିଏ କର୍ଣ୍ଣାଟକ, ଗୋଟିଏ ବିହାର ଏବଂ ଅନ୍ୟଟି ଗୋଆରେ ଚାଲିବ।
ବର୍ତ୍ତମାନ ସୁଦ୍ଧା ଭାରତରେ ୧୮ଟି ବନ୍ଦେ ଭାରତ ଚାଲିଥିବା ବେଳେ ଏହାକୁ ମିଶାଇ ମୋଟ ବନ୍ଦେ ଭାରତ ଏକ୍ସପ୍ରେସର ସଂଖ୍ୟା ୨୩ରେ ପହଁଚିଛି। ଏହି ଟ୍ରେନ ଘଣ୍ଟା ପ୍ରତି ୧୩୦କିମି ବେଗରେ ଚାଲିବାକୁ ଥିବାବେଳେ ଏବେ ଯାତ୍ରୀମାନେ ଖୁବ୍ କମ୍ ସମୟରେ ନିଜର ଗନ୍ତବ୍ୟସ୍ଥଳରେ ପହଁଚିପାରିବେ। ଯାହା ଯାତ୍ରୀମାନଙ୍କ ପାଇଁ ସୁବିଧା ହେବ।