Odisha Link
Bridging the Missing Links in Odisha

ଅଭିନେତାଙ୍କ ମହାନତା, ଦୁର୍ଘଟଣାଗ୍ରସ୍ଥ ଆହତଙ୍କ ଜୀବନ ବଞ୍ଚାଇଲେ ସିଦ୍ଧାନ୍ତ ମହାପାତ୍ର

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ମହାନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପାହାଳ ଥାନା ଅନ୍ତର୍ଗତ ନରଣପୁରସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲେଜର ଏକ କାର୍ଯ୍ୟକ୍ରମର ଉଦଘାଟକ ଭାବେ ଯୋଗଦେଇ ଭୁବନେଶ୍ୱର ଫେରୁଥିବାବେଳେ ଏକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ସିଦ୍ଧାନ୍ତ ମହାପାତ୍ର।

ପାହାଳ ପାଖ ଫ୍ଲାଏଓଭର ଗଡ଼ାଣି ପାଖରେ ପାଖାପାଖି ୨ ଟା ସମୟରେ ତାଙ୍କ କାରର ପ୍ରାୟ କୋଡିଏ ମିଟର ଦୂରରେ ଏକ ଭ୍ୟାନ ଜଣେ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହା ସହ ତାଙ୍କୁ ବହୁବାଟ ଘୋଷାଡ଼ି ନେଇଥିଲା। ଏହି ମର୍ମାତୁଣ୍ଡ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ଜୀବନ ରକ୍ଷାକରିବା ସମୟରେ ନିଜର ମାନବିକତା ପ୍ରଦର୍ଶନ କରିଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର।

ନିଜ ଗାଡ଼ି ଅଟକାଇ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଡ଼ାକ୍ତରଖାନା ନେବା ପାଇଁ ସେ ବ୍ୟବସ୍ଥା କରିଥିଲେ। ବାଇକ ଆରୋହୀ ଆହତ ଆଇନଜୀବୀ ମଦନ ସ୍ୱାଇଁଙ୍କ ଗୋଡ଼ିଏ ଗୋଡ଼ ପ୍ରାୟ କଟିଯାଇଥିଲା। ଦ୍ରୁତ ଗତିରେ ନିଜ ଗାଡ଼ିରେ ଆମ୍ବୁଲାନ୍ସକୁ ତୁରନ୍ତ ବାଟ କଢ଼ାଇବାର ବ୍ୟବସ୍ଥା କରାଇଲେ। ତେବେ ଶେଷରେ ଫରେଷ୍ଟ ପାର୍କସ୍ଥିତ ସୁଶ୍ରୁତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇଥିଲେ। ଏହା ସହ ଫୋନ କରି ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

 https://twitter.com/STAOdisha/status/1675736951398469632?s=20

ଦୁର୍ଘଟଣାର ଶିକାର ପରେ ଆହତ ବ୍ୟକ୍ତି ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରି ଗୋଲଡ଼େନ ଆୱାର ଜଣଙ୍କ ଜୀବନ ବଞ୍ଚାଇ ନିଜର ମହାନତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଅଭିନେତା ତଥା ନେତା ସିଦ୍ଧାନ୍ତ ମହାପାତ୍ର କେବଳ ସିନେମାରେ ହିରୋ ତାହା ନୁହେଁ ବରଂ ରିଅଲ ଲାଇଫରେ ମଧ୍ୟ ଜଣେ ହିରୋ ବୋଲି ପ୍ରମାଣିତ କରିଛନ୍ତି। ସିଦ୍ଧାନ୍ତ ମହାପାତ୍ରଙ୍କ ଏଭଳି କାର୍ଯ୍ୟକୁ ଏସଟିଏ ପ୍ରଶଂସା। ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କୁ ତାରିଫ କରାଯାଇଛି।

Leave A Reply

Your email address will not be published.