ଦକ୍ଷିଣ-ଓଡ଼ିଶାରେ ପ୍ରବଳ ବର୍ଷିବ! ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା

ଓଏଲ ବ୍ୟୁରୋ: ଜୁଲାଇ ଆରମ୍ଭରୁ କମିଛି ବର୍ଷାର ପରିମାଣ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ଜୁନରୁ ୪ ଜୁଲାଇ ୨୦୨୩ ମଧ୍ୟରେ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ ରହିଛି। ତେବେ ସ୍ୱାଭାବିକ ସ୍ଥିତିକୁ ମୌସୁମୀ ପୁଣିଥରେ ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।
https://twitter.com/mcbbsr/status/1676153833293234177?s=20
ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୬ ତାରିଖରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ତଥା କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।