Odisha Link
Bridging the Missing Links in Odisha

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଜବାବ ରଖିବା ପାଇଁ ୪ ଜଣଙ୍କୁ ହାଇକୋର୍ଟରୁ ନୋଟିସ

ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏନେଇ ନୋଟିସ ଜାରି କରିଛନ୍ତି

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ଏନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ଜବାବ ରଖିବା ପାଇଁ ପ୍ରତିପକ୍ଷ ୪ ଜଣଙ୍କୁ ହାଇକୋର୍ଟ ନୋଟିସ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ,ଏଏସ୍‌ଆଇ ଡିଜି ଓ ଏଏସ୍‌ଆଇ ଅଧୀକ୍ଷକଙ୍କୁ ଜବାବ ରଖିବା ପାଇଁ ହାଇକୋର୍ଟ ନୋଟିସ କରିଛନ୍ତି।

ଖବର ଅନୁସାରେ, ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି ଜୋର ଧରିଥିବାବେଳେ ରତ୍ନଭଣ୍ଡାର ମରାମତି ନକରି ଏହାକୁ ବିପଦରେ ପକାଇଥିବା ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଅପିଲ୍ କରିଛନ୍ତି ସମୀର ମହାନ୍ତି। ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବ, ପୁରୀ ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏଏସଆଇ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏନେଇ ନୋଟିସ ଜାରି କରିଛନ୍ତି।

Leave A Reply

Your email address will not be published.