Odisha Link
Bridging the Missing Links in Odisha

କାଲିଠୁ ମିଳୁନାହାଁନ୍ତି ୨ ସାଙ୍ଗ, ସ୍କୁଲ ଯିବା ପରେ ଫେରିନାହାନ୍ତି ଘରକୁ

ଦୁହେଁ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ

ଓଏଲ୍ ବ୍ୟୁରୋ: ଗତକାଲିଠୁ ଯିବା ସ୍କୁଲ ପରେ ଘରକୁ ଫେରିନାହାନ୍ତି ୨ ଛାତ୍ର। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ହେଲେ ୧୫ ବର୍ଷୀୟ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର। ଗତକାଲି ସ୍କୁଲ ଯାଇଥିଲେ ହେଲେ ରାତିରେ ଘରକୁ ଫେରିନଥିଲେ। ଦୁହେଁ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ।

ଦୁଇ ଜଣଙ୍କୁ ରାତି ଯାଏଁ ବହୁ ଖୋଜାଖୋଜି ପରେ ବି ମିଳିନଥିବା ସ୍ଥାନୀୟ ଚନ୍ଦକା ଥାନରେ ବାପା, ମା ଲିଖିତ ଅଭିଯୋଗ ଆଣିଛନ୍ତି। ଗତକାଲି ସକାଳୁ ସ୍କୁଲ ଆସି ଉଭୟ ଘରକୁ ଫେରି ନଥିବା ଉଭୟଙ୍କ ବାପା ମା ଅଭିଯୋଗ ଆଣିଛନ୍ତି। ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏଁ ଦୁଇ ଛାତ୍ରଙ୍କ କୌଣସି ଖୋଜ ଖବର ମିଳିନଥିବା ପରିବାର ଲୋକେ କହିଛନ୍ତି।

Leave A Reply

Your email address will not be published.