Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ସିନ୍ଧ୍ରମାଳ ଆରଆଇ

କ୍ଷତିପୂରଣ କରାଇବାକୁ କହି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଲେ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କର୍ମୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ କର୍ମୀ ଜଣକ ହେଉଛନ୍ତି ସିନ୍ଧ୍ରମାଳ ଆରଆଇ ସିମାଞ୍ଚଳ ସାହୁ। ୨୫ ହଜାର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ସିନ୍ଧ୍ରମାଳ ଆରଆଇ ସୀମାଞ୍ଚଳ ସାହୁ ଧରାପଡ଼ିଛନ୍ତି। କ୍ଷତିପୂରଣ କରାଇବାକୁ କହି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଲେ ସିନ୍ଧ୍ରମାଳ ଆରଆଇ। ମାଲକାନଗିରି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି କରାଯାଇଛି।