Odisha Link
Bridging the Missing Links in Odisha

ଆଜିଠୁ ଆରମ୍ଭ ହୋଇଛି ଓ.ଜେ.ଇ.ଇ କାଉନ୍‍ସେଲିଂ, ଜାଣନ୍ତୁ ପଞ୍ଜୀକରଣର ଶେଷ ତାରିଖ

ଆସନ୍ତା ୧୫ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି।

ଓଏଲ୍ ବ୍ୟୁରୋ: ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ.ଜେ.ଇ.ଇ.ର କାଉନ୍‍ସେଲିଂ ଆରମ୍ଭ ହୋଇଛି। ଓଜେଇଇ ଓ୍ବେବସାଇଟରେ ଅନଲାଇନ୍ ମାଧ୍ୟମରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ବିଟେକ, ବିଆର୍କ, ବିପ୍ଲାନ୍, ବିକ୍ୟାଟ, ଇଣ୍ଟିଗ୍ରେଟେଡ ଏମସିଏ ପଢିବାକୁ ଆଗ୍ରହ ଛାତ୍ରଛାତ୍ରୀମାନେ ଆବେଦନ କରିବେ।

ବି.ଟେକ୍‍., ବି.କ୍ୟାଟ୍‍, ଇଣ୍ଟିଗ୍ରେଟେଡ୍‍ ଏମ୍‍.ସି.ଏ. ପାଠ୍ୟକ୍ରମରେ ପଞ୍ଜୀକରଣ ଓ ଚୟନ ଲକିଂ ନିମନ୍ତେ ଆସନ୍ତା ୧୫ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ୍‍ କରାଯିବ। ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‍ ବଣ୍ଟନ କରାଯିବ।

୩୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍‍ ଆବଣ୍ଟନ କରାଯାଇ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ଦିଆଯିବ। ୧୯ ତାରିଖରେ ପ୍ରଥମ ସିଟ୍ ଆଲର୍ଟମେଣ୍ଟ ତାଲିକା ପ୍ରକାଶ ପାଇବ। ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.