ବଦଳୁଛି ପାଣିପାଗ, ଉପକୂଳ ଓଡ଼ିଶାରେ ଲାଗିରହିଛି ବର୍ଷା!
କଳାହାଣ୍ଡିରେ ୬୪ ପ୍ରତିଶତ ସହ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି।

ଓଏଲ୍ ବ୍ୟୁରୋ: ମୌସୁମୀ ଆଗମନ ପରେ ତାତିରୁ ତ୍ରାହି ମିଳିଥିବାବେଳେ ବର୍ଷାର ପରିମାଣ କମ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ବର୍ଷା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ୧୭ ଜିଲ୍ଲାରେ ନିଅଣ୍ଟିଆ ଓ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହେଉଛି। ଜୁନ୍ ପହିଲାରୁ ଆଜି ସୁଦ୍ଧା ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। କଳାହାଣ୍ଡିରେ ୬୪ ପ୍ରତିଶତ ସହ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଛି।
ଘୁର୍ଣ୍ଣିବଳୟ , ମୌସୁମୀ ନିମ୍ନ-ଚାପ ରେଖା ତଥା ବାୟୁମଣ୍ଡଳରେ ସକ୍ରିୟ ତାରତମ୍ୟ ସ୍ତର ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିଛି ବର୍ଷା pic.twitter.com/5AWzVLXdes
— Meteorological Centre, Bhubaneswar (@mcbbsr) July 7, 2023
ବାୟୁମଣ୍ଡଳରେ ସକ୍ରିୟ ତାରତମ୍ୟ ସ୍ତର ପ୍ରଭାବରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗିରହିଛି। ଅନୁଗୁଳ, ବରଗଡ଼, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, ଭଦ୍ରକ, ସୁନ୍ଦରଗଡ଼, କୋରାପୁଟ, ନୂଆପଡ଼ା, ସମ୍ବଲପୁରରେ ସ୍ୱାଭାବିକ ବର୍ଷା ହୋଇଛି। ରାଜ୍ୟରେ ୨୦୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ବାଭାବିକ ଠାରୁ ୨୫ ପ୍ରତିଶତ କମ୍ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।