Odisha Link
Bridging the Missing Links in Odisha

କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲା: କୋର୍ଟରେ ହାଜର ହେବେ ବ୍ରିଜଭୂଷଣ ସିଂହ

କୁସ୍ତିଯୋଦ୍ଧା ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂହଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ବ୍ରିଜଭୂଷଣଙ୍କୁ ନେଇ ଥମୁନି ବିବାଦ। ସାକ୍ଷୀ ମଲ୍ଲିକ, ଭିନେଓ ଫୋଗଟ, ବଜରଙ୍ଗ ପୁନିଆଙ୍କ ଭଳି ପ୍ରମୁଖ କୁସ୍ତିଯୋଦ୍ଧା ରେଳ ବିଭାଗରେ ଯୋଗଦେବା ପରେ ବି ଥମୁନି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ। ତେବେ ଏନେଇ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆଲୋଚନା କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ।

ବର୍ତମାନ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ କୋର୍ଟ ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂହଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ନିର୍ଦ୍ଦେଶ ଅନୁସାରେ ଜୁଲାଇ ୧୮ରେ ବ୍ରିଜଭୂଷଣ ସିଂହ କୋର୍ଟରେ ହାଜର ହେବେ।

ସୂଚନା ଅନୁସାରେ, କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି କୁସ୍ତିଯୋଦ୍ଧା। ତେବେ କୁସ୍ତିଯୋଦ୍ଧାଙ୍କ ଦାବି ପରେ ଜୁନ୍ ୧୫ ତାରିଖ ସୁଦ୍ଧା ବ୍ରିଜଭୂଷଣ ସିଂହଙ୍କ ବିରୋଧର ତଦନ୍ତ ଶେଷ ହେବ ବୋଲି କ୍ରୀଡା ମନ୍ତ୍ରୀ କୁସ୍ତିଯୋଦ୍ଧାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.