Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରବଳ ବର୍ଷିବ! ଉପକୂଳ ଓଡ଼ିଶାରେ ଲାଗିରହିଛି ବର୍ଷା

ଓଏଲ୍ ବ୍ୟୁରୋ: ମୌସୁମୀ ଆଗମନ ପରେ ତାତିରୁ ତ୍ରାହି ମିଳିଥିବାବେଳେ ବର୍ଷାର ପରିମାଣ କମ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦିଆଯାଇଥିଲା। ସକାଳୁ ପାଗ କୋହଲା ଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଗକୁ ନଜରରେ ରଖି ଆହୁରି ବର୍ଷା ହେବାର ଆଶଙ୍କା କରାଯାଉଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଚଳିତ ମୌସୁମୀ ଋତୁରେ ୧ ଜୁନରୁ ଆଜି ୮ ଜୁଲାଇ ମଧ୍ୟରେ ୨୨୭.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୮୬.୮ ମିମି ତୁଳନାରେ ୨୪ ପ୍ରତିଶତ କମ ରହିଛି। ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୧.୫ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୭୮.୮ ମିମି ତୁଳନାରେ ୫୫ ପ୍ରତିଶତ ଅଧିକ ରହିଛି।

ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୨୩.୫ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୩୪୦.୬ ମିମି ତୁଳନାରେ ୬୪ ପ୍ରତିଶତ କମ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିବା ସହ ୧୦.୪ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୯.୩ ମିମି ତୁଳନାରେ ୧୨ପ୍ରତଶତ ଅଧିକ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave A Reply

Your email address will not be published.