Odisha Link
Bridging the Missing Links in Odisha

ପାସେଞ୍ଜର ଟ୍ରେନରୁ ବାହାରିଲା ଧୂଆଁ, ଭୟରେ ଓହ୍ଲାଇ ପଡ଼ିଲେ ଯାତ୍ରୀ

ଏହି ରେଳଟି ବ୍ରହ୍ମପୁର ରେଳ ଷ୍ଟେସନ ପହଂଚିବା ପୂର୍ବରୁ ଧୂଆଁ ବାହାରିଥିଲା।

ଓଏଲ୍ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ପରେ ସତେ ଯେମିତି ରେଳ ଖବର ଚାଞ୍ଚଲ୍ୟ ସୃଷ୍ଟି କରୁଛି। ଆଜି ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଘଟିଥିବା ଆଉ ଏକ ଖବର ସାମ୍ନାକୁ ଆସିଛି। ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା ବିବେକ ଏକ୍ସପ୍ରେସ। ଏହି ରେଳଟି ବ୍ରହ୍ମପୁର ରେଳ ଷ୍ଟେସନ ପହଂଚିବା ପୂର୍ବରୁ ଧୂଆଁ ବାହାରିଥିଲା। ଦିବ୍ରୁଗଡ-କନ୍ୟାକୁମାରୀ ପାସେଞ୍ଜର ଟ୍ରେନରେ ଧୂଆଁ ଲାଗିବା ପରେ ଯାତ୍ରୀମାନେ ଛାନିଆ ହୋଇ ଓହ୍ଲାଇ ପଡିଥିବା ଜଣା ପଡିଛି।

ସୂଚନା ଅନୁସାରେ, ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା କର୍ମଚାରୀ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କର୍ମଚାରୀଙ୍କ କହିବାନୁସାରେ, ଟ୍ରେନରେ ନିଆଁ ଲାଗିନି। ଚକାରେ ଅଖା ଲାଗିଯିବାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି ଘଟଣା ପରେ ସେଠାରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଥିଲା।