Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ ସଭାଘର’

୫ କୋଟି ୮୩ ଲକ୍ଷ ଟଙ୍କାର ୬ଟି ଉନ୍ନତିମୂଳକ ପ୍ରକଳ୍ପର ଆରମ୍ଭ କରାଯାଇଛି।

ଓଏଲ୍ ବ୍ୟୁରୋ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧୀନରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ‘ମୁଖ୍ୟମନ୍ତ୍ରୀ ସଭାଘର’ ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଉନ୍ନତିମୂଳକ ପ୍ରକଳ୍ପ ମାଧ୍ୟମରେ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

ଖବର ଅନୁସାରେ, ପଶ୍ଚିମ ଓଡିଶା ବିକାଶ ପରିଷଦର ୨୩.୮୫ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ ସଭାଘର’ ଦ୍ଵାରା ୫ କୋଟି ୮୩ ଲକ୍ଷ ଟଙ୍କାର ୬ଟି ଉନ୍ନତିମୂଳକ ପ୍ରକଳ୍ପର ଆରମ୍ଭ କରାଯାଇଛି।

Leave A Reply

Your email address will not be published.