Odisha Link
Bridging the Missing Links in Odisha

ପରମ୍ପରା ସହ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ, ବିଧିବଦ୍ଧ ଭାବେ ଭଙ୍ଗାଯିବ ତିନି ରଥ

ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ।

ଓଏଲ୍ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଛି। ରଥଯାତ୍ରା ସମୟରେ ବିଧିବଦ୍ଧ ଭାବେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ଏବେ ରଥ ଭଙ୍ଗା କାମ ଆରମ୍ଭ ହୋଇଛି। ଆଜି ଠାରୁ ତିନି ରଥଭଙ୍ଗା କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଭୋଇ ସର୍ଦ୍ଦାର ଅନୁକୂଳ କରିବା ପରେ ପ୍ରଥମେ କଳସରୁ ରଥ ଭଙ୍ଗାକାମ ଆରମ୍ଭ ହୋଇଥିଲା। ଏହା ପରେ ପାରାଭାଡ଼ି, ଦ୍ୱାରବେଢ଼ା ଭଙ୍ଗାଯାଇଛି। ଏହା ପରେ ରଥର ସବୁ ଅଂଶକୁ ଭଙ୍ଗାଯିବ। ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ।

ନିୟମ ଅନୁସାରେ, ପ୍ରଥମ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗାଯାଇଛି। ଏହା ପରେ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ। ରଥଭଙ୍ଗା କାର୍ଯ୍ୟକ୍ରମ ପାଇଁ ରଥ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ବିଶ୍ଵନିଅନ୍ତାଙ୍କ ରଥଯାତ୍ରାରେ କୋଟି କୋଟି ଜନତାଙ୍କ ସମାଗମ ଦେଖିବାକୁ ମିଳିଥିଲା। ରଥଯାତ୍ରା ସମୟରେ ମଧ୍ୟ କଡ଼ା ସୁରକ୍ଷା କରାଯାଇଥିଲା।

Leave A Reply

Your email address will not be published.