Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ତଥ୍ୟ

ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ।

ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ଆଉ କିଛି ଦିନରେ ପୂରିବ ୬ ମାସ। ଗତକାଲି ଝାରସୁଗୁଡ଼ା କୋର୍ଟରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ପହଁଚିଥିଲା। ତେବେ ଏହି ଘଟଣାରେ ତଦନ୍ତ ଜାରି ରହିଥିବାବେଳେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଥିବା ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ତଥ୍ୟ ଅନୁସାରେ, ପୂର୍ବରୁ ବି ବ୍ରଜରାଜନଗରରେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ଉଦ୍ୟମ କରିଥିଲା। କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ହତ୍ୟା ଉଦ୍ୟମ କରିଥିଲା, କିନ୍ତୁ ସେଦିନ ଗୋପାଳକୁ କୌଣସି ସୁଯୋଗ ମିଳି ନଥିବା ତଥ୍ୟରୁ ଜଣା ପଡିଛି। ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ସାମ୍ନାକୁ ଆସିପାରିନାହିଁ।

ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ଜେଲରେ ଦିନ କାଟୁଛି। ଅଭିଯୁକ୍ତ ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.