Odisha Link
Bridging the Missing Links in Odisha

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସତର୍କବାଣୀ: ସାରା ବିଶ୍ଵରେ ବ୍ୟାପୁଛି ବାର୍ଡ ଫ୍ଲୁ

ରୋଗ ତଦାରଖ କାର୍ଯ୍ୟ ଉପରେ ଗୁରୁତ୍ବ ଦେବା ପାଇଁ ଜାତିସଂଘ ଏଜେନ୍ସି ପକ୍ଷରୁ ସବୁ ଦେଶକୁ ପରାମର୍ଶ

ଓଏଲ୍ ବ୍ୟୁରୋ: ସାରା ବିଶ୍ଵରେ ବ୍ୟାପୁଥିବା ପୁଣି ଏକ ରୋଗ ଖବର ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ବିଶ୍ୱର ବିଭିନ୍ନ ସ୍ଥାନରେ ବ୍ୟାପୁଛି ବାର୍ଡ ଫ୍ଲୁ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। କୁହାଯାଇଛି ଯେ, ଏହି ଭୂତାଣୁ ମଣିଷକୁ ସହଜରେ ସଂକ୍ରମିତ କରିପାରିବ। ଏଣୁ କୁକୁଡ଼ା ଫାର୍ମଗୁଡ଼ିକରେ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ରୋଗ ତଦାରଖ କାର୍ଯ୍ୟ ଉପରେ ଗୁରୁତ୍ବ ଦେବା ପାଇଁ ଜାତିସଂଘ ଏଜେନ୍ସି ପକ୍ଷରୁ ସବୁ ଦେଶକୁ ପରାମର୍ଶ ଦିଆଯାଇଛି।

ଖବର ଅନୁସାରେ, କେତେକ ଭୌଗୋଳିକ ଅଞ୍ଚଳରେ ବାର୍ଡ ଫ୍ଲୁର ସଂକ୍ରମଣଶୀଳ ଏଚ୍‌୫ଏନ୍‌୧ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ, ଏହା ମଣିଷଙ୍କ ଭିତରେ ମଧ୍ୟ ବ୍ୟାପିବ ବୋଲି ଆଶଙ୍କା କରି ଆଗରୁ ହୁ ପକ୍ଷରୁ ସତର୍କ ସୂଚନା ଜାରି କରିଛନ୍ତି। ହୁ ପକ୍ଷରୁ କୁହାଯାଇଛି, କୁକୁଡ଼ାଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ପରେ ପ୍ରାୟ ୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ଏବଂ ବିଶ୍ବ ପ୍ରାଣୀ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏ ନେଇ ଦେଶଗୁଡ଼ିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୨୦୨୨ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ଟି ଦେଶ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ସୂଚନା ଦେଇଥିବା ସେ କହିଛନ୍ତି। ଏହା ସହିତ ଭୂତାଣୁମାନଙ୍କର ତଥ୍ୟ ସେୟାର କରିବାକୁ ମଧ୍ୟ ହୁ ମହାମାରୀ ବିଭାଗ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.