Odisha Link
Bridging the Missing Links in Odisha

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନକୁ ଆସିବେ ଗିବନ ଓ ଚିତାବିରାଡ଼ି

ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଦୁଇଟି ବାଘ ଓ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଛନ୍ତି।

ଓଏଲ୍ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ବାଘ ଓ ଘଡ଼ିଆଳ ବଦଳରେ ଗିବନ ଓ ଚିତାବିରାଡ଼ି ଆସିବେ। ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ କୁମ୍ଭୀର ବଦଳରେ ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡ଼ି ଆସିବେ ବୋଲି ସୂଚନା ରହିଛି। ଏଥିପାଇଁ ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡକ୍ଟର ସୋରାଙ୍ଗ ତଡ଼ାପ ନନ୍ଦନକାନନରେ ପହଞ୍ଚି ପୂର୍ବରୁ ହୋଇଥିବା ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଦୁଇଟି ବାଘ ଓ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଛନ୍ତି।

ଖବର ଅନୁସାରେ, ଗତକାଲି ଇଟାନଗରରୁ ଏକ ୬ ଜଣିଆ ଟିମ ନନ୍ଦନକାନନ ଆସିଥିବାବେଳେ ଆଜି ବାଘ ଓ କୁମ୍ଭୀର ନେଇ ବାହାରିଛନ୍ତି।ଇଟାନଗରରୁ ପଶୁଙ୍କୁ ଆଣିବାକୁ ନନ୍ଦନକାନନର ୬ ଜଣିଆ ଟିମ୍ ମଧ୍ୟ ଇଟାନଗର ଗସ୍ତ କରିଛନ୍ତି। ଆସନ୍ତା ୨୩ କିମ୍ବା ୨୪ ତାରିଖ ସୁଦ୍ଧା ନନ୍ଦନକାନନକୁ ନୂଆ ଅତିଥି ଆସିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏମାନଙ୍କୁ ଆଣିବା ପାଇଁ ଅତିକମରେ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଉଛି। ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଅରୁଣାଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଦୁଇଟି ଗିବନ୍ ଓ ଦୁଇଟି ଚିତ୍ରା ବିରାଡ଼ି ଅଣାଯିବ ବୋଲି ଜଣା ପଡିଛି।

Leave A Reply

Your email address will not be published.