Odisha Link
Bridging the Missing Links in Odisha

ଚିନ୍ତା ବଢ଼ାଉଛି ଡେଙ୍ଗୁ, ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ରୋଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି। ତେବେ ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୭ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଖୋର୍ଦ୍ଧାରେ ସର୍ବାଧିକ ୧୬୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୨୪, ପୁରୀ ଓ କଟକରୁ ୧୭, ଜଗତସିଂହପୁରରୁ ୧୩, ଯାଜପୁରରୁ ୧୨ ଏବଂ ନୟାଗଡ଼ରୁ ୧୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି। ତେବେ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସଚେତନତା ମଧ୍ୟ ଜାରି କରାଯାଇଛି।