Odisha Link
Bridging the Missing Links in Odisha

ବଲାଙ୍ଗିର +୨ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରେମିକର ନାରକୀୟ କାଣ୍ଡ, କଟୁରୀରେ ହାଣି କରିଥିଲା ହତ୍ୟା

ଓଏଲ୍‌ ବ୍ୟୁରୋ: ବଲାଙ୍ଗିର ସେଣ୍ଟ୍ରାଲ ସ୍କୁଲ ନିକଟ ନିଖିଲ ନଗରରେ ଘଟିଥିବା ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ନାବାଳିକାଙ୍କ ବାପାମା’ କାମକୁ ଯାଇଥିବା ସମୟରେ ଘରେ ପଶି ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣା ପଡିଥିଲା। ଘଟଣାସ୍ଥଳରେ ଟାଉନ୍ ପୁଲିସ ତଦନ୍ତ କରି ଘଟଣାର ପର୍ଦାଫାଶ କରିଛି।

ବଲାଙ୍ଗିର ଏସ୍‌ଡିପିଓଙ୍କ ସୂଚନା ଅନୁସାରେ, ପ୍ରେମ ସମ୍ପର୍କରେ ତିକ୍ତତା ଯୋଗୁ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅଭିଯୁକ୍ତ ଜଣକ କଟୁରୀରେ ହାଣି ମାରିଥିଲା। ଘର ବାହାରେ ଥିବା ଏକ କଟୁରୀରେ ହାଣି ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୟଫ୍ରେଣ୍ଡ ମିଲନ ରଣା ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଉ ଜଣେ ଫେରାର ଥିବା ଜଣା ପଡିଛି।ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କଟୁରୀକୁ ପୁଲିସ ଜବତ କରିଛି।

ଖବର ଅନୁସାରେ, ଗତ ୧୩ ତାରିଖରେ ଯୁକ୍ତ ଦୁଇରେ ପଢ଼ୁଥିବା ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ବାପାମା’ କାମକୁ ଯାଇଥିବା ସମୟରେ ନାବାଳିକା ଜଣଙ୍କ ଘରେ ଏକା ଥିଲେ। ପରେ ବାପା ମା ଘରେ ଆସି ପହଞ୍ଚି ଝିଅର ରକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ଦେଖିଥିଲେ। ଏନେଇ ସେମାନେ ପାଖ ପଡୋଶୀଙ୍କୁ ପଚରାଉଚରା କରିବା ସହ ପୁଲିସକୁ ଖବର ଦେଇଥିଲେ। ତେବେ ଦୁର୍ବୃତ୍ତ ଏଭଳି ନାରକୀୟ କାଣ୍ଡ କରିବା ପରେ ପୁଲିସ ତଦନ୍ତ କରି ଯୁବକଙ୍କୁ ଗିରଫ କରିଛି।